HomeLatest NewsWindow Solar Panel: ଛାତ ନୁହେଁ, ଏବେ ଘରର ଝରକା କାଚରୁ ତିଆରି ହେବ ବିଜୁଳି;...

Window Solar Panel: ଛାତ ନୁହେଁ, ଏବେ ଘରର ଝରକା କାଚରୁ ତିଆରି ହେବ ବିଜୁଳି; ଲାଗିବ ‘ପେରୋଭସ୍କାଇଟ୍’ ସୋଲାର !

Date:

Related stories

spot_imgspot_img

ନୂଆଦିଲ୍ଲୀ, ୨୪.୭: ଦିନକୁ ଦିନ ବୃଦ୍ଧି ପାଉଥିବା ବିଦ୍ୟୁତ୍ ବିଲ୍‌ରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ସୋଲାର ପ୍ୟାନେଲ୍‌ର ସାହାରା ନେଉଛନ୍ତି । ମାତ୍ର ଛାତରେ ସ୍ଥାନ ଅଭାବ ଯୋଗୁଁ ସମସ୍ତେ ଏହାକୁ ଲଗାଇପାରୁ ନାହାନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଜ୍ଞାନୀମାନେ ଏକ ଆଶ୍ଚର୍ଯ୍ୟଜନକ ଉଦ୍ଭାବନ କରିଛନ୍ତି । ଏବେ ଛାତ ବଦଳରେ ଘରର ଝରକାରେ ସୋଲାର ପ୍ୟାନେଲ୍ ଲଗାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ସିଙ୍ଗାପୁରର ନାନ୍‌ୟାଙ୍ଗ୍ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (NTU) ର ଗବେଷକମାନେ ଏକ ନୂଆ ପ୍ରକାରର ସୋଲାର ସେଲ୍ ପ୍ରସ୍ତୁତ କରିଛନ୍ତି, ଯାହା ମଣିଷର ଗୋଟିଏ ବାଳ ଅପେକ୍ଷା ୧୦,୦୦୦ ଗୁଣା ପତଳା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛ ।

‘ପେରୋଭସ୍କାଇଟ୍’ ଝରକା କାଚରୁ ମିଳିବ ପାୱାର୍: 

ଏହି ନୂତନ ସୋଲାର ପ୍ୟାନେଲ୍‌କୁ ‘ପେରୋଭସ୍କାଇଟ୍’ ନାମକ ଏକ କ୍ରିଷ୍ଟାଲାଇନ୍ ମ୍ୟାଟେରିଆଲ୍‌ରୁ ତିଆରି କରାଯାଇଛି । ଏହା ଏତେ ପତଳା ଯେ, ଏହାକୁ ଝରକା କାଚରେ ଲଗାଇଲେ ମଧ୍ୟ ବାହାରର ଦୃଶ୍ୟ ସ୍ପଷ୍ଟ ଦେଖାଯିବ । ଏହି ପ୍ୟାନେଲ୍ ଲଗାଇବା ଦ୍ୱାରା ଝରକାର ଆଲୋକ ଗ୍ରହଣ କ୍ଷମତା କେବଳ ସାମାନ୍ୟ କମିଯିବ, ଯାହାକି ଘର ଭିତରେ ଯଥେଷ୍ଟ ସୂର୍ଯ୍ୟାଲୋକ ବଜାୟ ରଖିବ ।

କାର୍ ଏବଂ ଗ୍ୟାଜେଟ୍ସରେ ମଧ୍ୟ ହୋଇପାରିବ ବ୍ୟବହାର: 

‘ACS ଏନର୍ଜି ଲେଟର୍ସ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ପ୍ରଯୁକ୍ତିବିଦ୍ୟା କେବଳ ଘରର ଝରକାରେ ନୁହେଁ, ବରଂ ଇଲେକ୍ଟ୍ରିକ୍ କାର୍ ଏବଂ ପିନ୍ଧିହେଉଥିବା ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ସରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ସୋଲାର କାଚ ଲଗାଯାଇଥିବା ଇଲେକ୍ଟ୍ରିକ୍ ଗାଡ଼ି ଚାଲୁଥିବା ସମୟରେ ନିଜେ ନିଜେ ଚାର୍ଜ ହୋଇପାରିବ, ଯାହା ଚାଳକଙ୍କ ପେଟ୍ରୋଲ/ବିଜ୍ଉତ୍ ଖର୍ଚ୍ଚକୁ ବହୁ ପରିମାଣରେ କମାଇଦେବ ।

କମ୍ ସୂର୍ଯ୍ୟାଲୋକ ଓ ସାଧାରଣ ଛାଇରେ ବି ତିଆରି ହେବ ବିଦ୍ୟୁତ୍ । ପାରମ୍ପରିକ ସିଲିକନ୍ ସୋଲାର ପ୍ୟାନେଲ୍ ପରି ଏଥିପାଇଁ ସିଧାସଳଖ ଟାଣ ଖରା ପ୍ରଭାବର ଆବଶ୍ୟକତା ନାହିଁ । ଆକାଶରେ ବାଦଲ ଥିଲେ ମଧ୍ୟ ଏହା ଶକ୍ତି ସଂଗ୍ରହ କରି ବିଦ୍ୟୁତ୍ ତିଆରି କରିପାରିବ । ବହୁତଳ ପ୍ରାସାଦ ଓ ଅଫିସ୍ ଟାୱାରଗୁଡ଼ିକର କାଚ ଝରକାରେ ଏହାକୁ ଲଗାଗଲେ ବାର୍ଷିକ ଶହ ଶହ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । “ଏହି ନୂତନ ପେରୋଭସ୍କାଇଟ୍ ସେଲ୍ ଆଲୋକର କିଛି ନିର୍ଦ୍ଦିଷ୍ଟ ୱେଭ୍‌ଲେନ୍ଥକୁ ଅଲଗା କରି ବିଦ୍ୟୁତ୍ ପ୍ରସ୍ତୁତ କରିଥାଏ । ଏହାର ପେଟେଣ୍ଟ ପାଇଁ ଆବେଦନ କରାଯାଇସାରିଛି ଏବଂ ଖୁବ୍‌ଶୀଘ୍ର ଏହା ବଜାରକୁ ଆସିବ ।” ବୋଲି NTU ସିଙ୍ଗାପୁର ମୁଖ୍ୟ ଗବେଷିକା ଏନାଲିସା ବ୍ରୁନୋ କହିଛନ୍ତି ।

Subscribe

- Never miss a story with notifications

- Gain full access to our premium content

- Browse free from up to 5 devices at once

[tds_leads input_placeholder="Your email address" btn_horiz_align="content-horiz-center" pp_msg="SSd2ZSUyMHJlYWQlMjBhbmQlMjBhY2NlcHQlMjB0aGUlMjAlM0NhJTIwaHJlZiUzRCUyMiUyMyUyMiUzRVByaXZhY3klMjBQb2xpY3klM0MlMkZhJTNFLg==" pp_checkbox="yes" tdc_css="eyJhbGwiOnsibWFyZ2luLXRvcCI6IjMwIiwibWFyZ2luLWJvdHRvbSI6IjQwIiwiZGlzcGxheSI6IiJ9LCJwb3J0cmFpdCI6eyJtYXJnaW4tdG9wIjoiMTUiLCJtYXJnaW4tYm90dG9tIjoiMjUiLCJkaXNwbGF5IjoiIn0sInBvcnRyYWl0X21heF93aWR0aCI6MTAxOCwicG9ydHJhaXRfbWluX3dpZHRoIjo3NjgsImxhbmRzY2FwZSI6eyJtYXJnaW4tdG9wIjoiMjAiLCJtYXJnaW4tYm90dG9tIjoiMzAiLCJkaXNwbGF5IjoiIn0sImxhbmRzY2FwZV9tYXhfd2lkdGgiOjExNDAsImxhbmRzY2FwZV9taW5fd2lkdGgiOjEwMTksInBob25lIjp7Im1hcmdpbi10b3AiOiIyMCIsImRpc3BsYXkiOiIifSwicGhvbmVfbWF4X3dpZHRoIjo3Njd9" display="column" gap="eyJhbGwiOiIyMCIsInBvcnRyYWl0IjoiMTAiLCJsYW5kc2NhcGUiOiIxNSJ9" f_msg_font_family="downtown-sans-serif-font_global" f_input_font_family="downtown-sans-serif-font_global" f_btn_font_family="downtown-sans-serif-font_global" f_pp_font_family="downtown-serif-font_global" f_pp_font_size="eyJhbGwiOiIxNSIsInBvcnRyYWl0IjoiMTEifQ==" f_btn_font_weight="700" f_btn_font_size="eyJhbGwiOiIxMyIsInBvcnRyYWl0IjoiMTEifQ==" f_btn_font_transform="uppercase" btn_text="Unlock All" btn_bg="#000000" btn_padd="eyJhbGwiOiIxOCIsImxhbmRzY2FwZSI6IjE0IiwicG9ydHJhaXQiOiIxNCJ9" input_padd="eyJhbGwiOiIxNSIsImxhbmRzY2FwZSI6IjEyIiwicG9ydHJhaXQiOiIxMCJ9" pp_check_color_a="#000000" f_pp_font_weight="600" pp_check_square="#000000" msg_composer="" pp_check_color="rgba(0,0,0,0.56)" msg_succ_radius="0" msg_err_radius="0" input_border="1" f_unsub_font_family="downtown-sans-serif-font_global" f_msg_font_size="eyJhbGwiOiIxMyIsInBvcnRyYWl0IjoiMTIifQ==" f_input_font_size="eyJhbGwiOiIxNCIsInBvcnRyYWl0IjoiMTIifQ==" f_input_font_weight="500" f_msg_font_weight="500" f_unsub_font_weight="500"]

Latest stories

spot_img

LEAVE A REPLY

Please enter your comment!
Please enter your name here